Site icon Odisha Today News

ବରିହାପାଲିରେ ଲୋମହର୍ଷଣକାରୀ ହତ୍ୟା: ପୂର୍ବ ଶତ୍ରୁତାରୁ ଗାଡ଼ି ଧକ୍କା, ଶବକୁ ଜଳାଇ ନଷ୍ଟ କରିବା ଚେଷ୍ଟା

Share Now

ଝାରସୁଗୁଡ଼ା: ଜିଲ୍ଲାର ଲଖନପୁର ଥାନାଅନ୍ତର୍ଗତ ବରିହାପାଲି ଗ୍ରାମରେ ଘଟିଛି ଏକ ଦୃଷ୍ୟତୀତ ହତ୍ୟାକାଣ୍ଡ। ପୂର୍ବ ଶତ୍ରୁତାରୁ ଉଦ୍ଭୂତ ଏହି ଘଟଣାରେ ମୃତକ ବନହରପାଲି ଥାନା ଅଞ୍ଚଳର ବାଦିମାଲ ଗ୍ରାମ ବାସି ରୂପେଶ ପୂଝାରୀ (୫୦) ଥିବା ଜଣାପଡ଼ିଛି।

ଅଭିଯୁକ୍ତ ସୁଶୀଳ ରାଉତ (୪୮) ପ୍ରଥମେ ଗାଡ଼ି ଧକ୍କା ଦେଇ, ପରେ ଗାଡ଼ି ଚଢ଼ାଇ ତାଙ୍କୁ ହତ୍ୟା କରିବା ଉଦ୍ୟମ କରିଥିଲେ। ଏହା ସତ୍ତ୍ୱେ ମୃତ୍ୟୁ ନ ହେବାରୁ ଶରୀରକୁ ବସ୍ତାରେ ପୂରି ଏକ କଲଭର୍ଟ ତଳ ଥିବା ହ୍ୟୁମ୍ ପାଇପ୍‌ରେ ରଖି ଆଗ ଲଗାଇ ଜଳାଇଦିଆଯାଇଛି।

ଘଟଣା ସ୍ଥଳକୁ ବନହରପାଲି ଓ ଲଖନପୁର ପୁଲିସ ଦଳ ପହଞ୍ଚି ଶବ ଜବତ କରିଛି। ଶବକୁ ବ୍ୟବଚ୍ଛେଦ ପାଇଁ ସୁନ୍ଦରଗଡ଼ ଏଫ୍‌ଏମ୍‌ଟିକୁ ପଠାଯିବ ବୋଲି ବ୍ରଜରାଜନଗର ଏସ୍‌ଡିପିଓ ଚିନ୍ତାମଣି ପ୍ରଧାନ ସୂଚନା ଦେଇଛନ୍ତି।

ପ୍ରାଥମିକ ତଦନ୍ତରୁ ହତ୍ୟା ପଛରେ ପୂର୍ବ ଶତ୍ରୁତା କାରଣ ଥିବା ଜଣାପଡ଼ିଛି। ଅଭିଯୁକ୍ତଙ୍କୁ ପୁଲିସ ଅଟକ କରି ଘଟଣାର ପୁନରାଭିନୟ (ସିନ୍ ରିକ୍ରିଏସନ୍) କରିଛି।

ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚମକ ଫେଳାଇଛି।

Exit mobile version