
ଝାରସୁଗୁଡା: ଓଡିଶା – ଅନୁଗୁଳ ପରେ ରାଜ୍ୟର ଦ୍ୱିତୀୟ ବୃହତ ଔଦ୍ୟୋଗିକ ଜିଲ୍ଲା ଭାବରେ ପରିଚିତ ଝାରସୁଗୁଡାର ଜୀବନ ଆଜି ଦିନକୁଦିନ ପ୍ରଦୂଷଣ ରେ ଅନ୍ଧାର ହୋଇଯାଉଛି। ଦିଗଦିଗନ୍ତରେ ଛିଟିଯାଉଥିବା ଔଦ୍ୟୋଗିକ ରାଖ ଓ ଧୂଳି ପରିବେଶକୁ ବିକୃତ କରିଦେଉଛି। ଏହା ସତ୍ତ୍ୱେ ନୂଆ ଏକ କମ୍ପାନୀ – NLC (ନେଇଭେଲି ଲିଗ୍ନାଇଟ କର୍ପୋରେସନ) ଝାରସୁଗୁଡାକୁ ପ୍ରବେଶ କରୁଛି।
ସ୍ଥାନୀୟ ଲୋକମାନେ ଅଭିଯୋଗ କରୁଛନ୍ତି ଯେ NLC ତାଙ୍କୁ ଠିକ୍ ଭାବେ ପୁନଃସ୍ଥାପନ କରିପାରୁନାହିଁ। ସ୍ଥାନୀୟ ଲୋକମାନେ ପ୍ରଶାସନ ନିକଟରେ ଅନେକ ଥର ଅଭିଯୋଗ ରଖିଛନ୍ତି, କିନ୍ତୁ ପ୍ରଶାସନ ତାକୁ ଅନଦେଖା କରୁଛି। ଯଥାଯଥ ଉତ୍ତର ମିଳୁନାହିଁ, ନ କୌଣସି କାର୍ଯ୍ୟାନୁଷ୍ଠାନ। ଘର ଛାଡି ଅନ୍ୟଠାରେ ରହିବାକୁ ବାଧ୍ୟ ହେଉଥିବା ଲୋକମାନେ ଏବେ ରୋଜ ଧୂଳି-ଧୁଆଁ ଖାଉଛନ୍ତି, କିନ୍ତୁ ବିକାଶ ହେଉଛି କୌଣସି ଅନ୍ୟ ଠାରେ।
ପ୍ରଦୂଷଣର ପ୍ରଭାବରେ ଲୋକମାନେ ବିଭିନ୍ନ ଅସୁବିଧାରେ ଭୁଗୁଛନ୍ତି – ଶ୍ୱାସକଷ୍ଟ, ଚର୍ମ ରୋଗ, ହୃଦୟ ଓ କ୍ୟାନ୍ସର ଭଳି ଘାତକ ରୋଗ ବଢ଼ିଯାଇଛି। ଏହି ସବୁ ହେଉଥିବା ସତ୍ତ୍ୱେ ଜିଲ୍ଲା ମୁଖ୍ୟାଳୟ ଓ ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ନାହିଁ କୌଣସି ଦୃଢ଼ ପଦକ୍ଷେପ। ଦୀର୍ଘ ସମୟ ହେବ କିନ୍ତୁ କ୍ୟାନ୍ସର ହସ୍ପିଟାଲ ଏଯାଁ ପର୍ଯ୍ୟନ୍ତ ସଂପୂର୍ଣ୍ଣ ହୋଇନାହିଁ। ହାର୍ଟ ହସ୍ପିଟାଲର ଲାଭ ଏପର୍ଯ୍ୟନ୍ତ ଲୋକମାନେ ଉଠାଇପାରୁନାହାନ୍ତି। ଏହାର ସୁବିଧା ସାଧାରଣ ଜନତା ପାଖକୁ ଠିକ୍ ଭାବେ ପହଞ୍ଚୁନାହିଁ। ମଙ୍ଗଳବଜାର ହସ୍ପିଟାଲର ବିକାଶ ଓ ଅନ୍ନତି କାର୍ଯ୍ୟ ମଧ୍ୟ ଏବେ ଥଣ୍ଡା ପଡ଼ିଯାଇଛି। ଲୋକମାନେ ଆଶା କରୁଥିଲେ ଯେ ସ୍ୱାସ୍ଥ୍ୟ ସେବା ଉନ୍ନତି ପାଇବ, କିନ୍ତୁ ଏହା ସମ୍ପୂର୍ଣ୍ଣ ରୂପେ ବିଫଳ ହେଉଛି
ସ୍ଥାନୀୟ ଲୋକଙ୍କର ଦାବି – ବିକାଶ ଆବଶ୍ୟକ, କିନ୍ତୁ ତାହା ଜୀବନ ଓ ପରିବେଶର ବିନାଶ ହୋଇନଥିବା ଅବସ୍ଥାରେ। ଝାରସୁଗୁଡା ପାଇଁ ସୁସ୍ଥ ଓ ନିରାପଦ ପରିବେଶ ନିମିତ୍ତେ ସରକାର ଓ କମ୍ପାନୀମାନେ ଯଥୋପଯୁକ୍ତ ବ୍ୟବସ୍ଥା ନିଅନ୍ତୁ – ଏହି ହେଉଛି ସାଧାରଣ ଜନତାର ନିବେଦନ।
ପୁରୁଣା ସରକାର ସମୟରେ ଝାରସୁଗୁଡାରେ ବିଭିନ୍ନ କାର୍ଯ୍ୟ ବହୁତ ତ୍ୱରାନ୍ୱିତ ଭାବେ ହେଉଥିଲା। ଲୋକମାନେ ମଧ୍ୟ ବିକାଶ ଦେଖି ଆଶାବାଦୀ ଥିଲେ। କିନ୍ତୁ ବର୍ତ୍ତମାନ ସମୟରେ ସବୁ କାର୍ଯ୍ୟ ମନ୍ଥର ଗତିରେ ଚାଲୁଛି। ହସ୍ପିଟାଲରେ ମୃତ୍ୟୁ ଓ ଗଭୀର ରୋଗ ପାଇଁ ଆବଶ୍ୟକ ଯନ୍ତ୍ର-ପାତି ନାହିଁ, ଚିକିତ୍ସା ବ୍ୟବସ୍ଥା ଦୁର୍ବଳ। ବର୍ତ୍ତମାନର ସରକାର ଝାରସୁଗୁଡାକୁ ଅବହେଳା କରୁଛି ବୋଲି ସ୍ଥାନୀୟ ଲୋକମାନେ ଅଭିଯୋଗ କରୁଛନ୍ତି। ଏହି ଅବସ୍ଥା ଦେଖି ଲୋକମାନେ ନିରାଶ ଓ ପ୍ରସ୍ନଚିହ୍ନ ତୁଳୁଛନ୍ତି – “ଝାରସୁଗୁଡା ବିକାଶର ଅଂଶ କାହିଁଁକି ହେଉନାହିଁ?”