Site icon Odisha Today News

ଝାରସୁଗୁଡାରେ ଡାକ୍ତରଙ୍କ ଦାୟିତ୍ବହୀନତା ଯୋଗୁଁ ଚାଲିଗଲା ରୋଗୀଙ୍କ ଜୀବନ!

Share Now

ଝାରସୁଗୁଡା: ଘା ଶୁଖୁ ନ ଥିବାରୁ ଆସିଥିଲେ ସ୍ୱାସ୍ଥ୍ୟକେନ୍ଦ୍ର କିନ୍ତୁ ଭଲ ହେବ ବଦଳ ରେ ଜୀବନ ହାରିଲେ ବ୍ୟକ୍ତି,ଏଭଳି ଅଭାନୀୟ ଘଟଣା ଘଟିଛି ଝାରସୁଗୁଡା ଜିଲ୍ଲା କିର୍ମିରା ବ୍ଲକ ଅନ୍ତର୍ଗତ ବାଗଡିହି ସ୍ୱାସ୍ଥ୍ୟକେନ୍ଦ୍ର ରେ।


ସୂଚନା ଅନୁସାରେ ଗତ ୧୪ ତାରିଖ ବଗଡିହି ଷ୍ଟେସନ ପଡ଼ା ନିବାସୀ କହ୍ନେଇ ମହାନନ୍ଦିଆ (୫୦) କୌଣସି କାରଣରୁ କ୍ଷତାକ୍ତ ହୋଇ ସ୍ୱାସ୍ଥ୍ୟକେନ୍ଦ୍ର କୁ ଆସିଥିଲେ। ଡାକ୍ତର ତାଙ୍କୁ କିଛି ଔଷଧ ଓ ଡ୍ରେସିଂ ପାଇଁ ପରାମର୍ଶ ଦେଇଥିଲେ। ଦୁଇ ଦିନ ରେ ଘା ନା ଶିଖିଥିବା ଯୋଗୁ କହ୍ନେଇ ପୁଣି ସ୍ୱାସ୍ଥ୍ୟକେନ୍ଦ୍ର କୁ ଆସି ଡାକ୍ତରଙ୍କୁ ଦେଖା କହିଥିଲେ। ଡାକ୍ତର ଘା ଶୁଖି ନ ଥିବା ଦେଖି ଆଣ୍ଟିବାୟୋଟିକ୍ ନେବାକୁ ପ୍ରେସ୍କିସନ୍ ରେ ଲେଖି ଦେଲେ। ପ୍ରେସ୍କ୍ୱିସନ୍ ଦେଖି ନର୍ସ ଆଣ୍ଟିବାୟୋଟିକ୍ ଇଞ୍ଜେକସନ ନେବା କ୍ଷଣି କହ୍ନେଇ ଙ୍କ ଜୀବନ ଚାଲି ଯାଇଥିଲା। ଏହି ଘଟଣା ଜାଣି ସ୍ଥାନୀୟ ଲୋକ ହସ୍ପିଟାଲ୍ ଘେରାଉ କରିଥଲେ ପରେ ଲାଇକେରା ପୋଲିସ ବୁଝାସୁଝା କରିବା ପରେ ଆନ୍ଦୋଳନ ରୁ ଓହରିଥିଲେ।
ସୂଚନା ଥାଉ କି ଉକ୍ତ ଆଣ୍ଟିବାୟୋଟିକ୍ ଦେବା କୁ ହେଲେ ପ୍ରଥମେ ରୋଗୀ ସ୍କିନ୍ ରେ ଟେଷ୍ଟ କରାଯାଇଥାଏ, କିନ୍ତୁ ଡାକ୍ତର ବିନା ସ୍କିନ ପରୀକ୍ଷା ରେ ରୋଗୀକୁ ଇଞ୍ଜେକସନ ଦେଇଥିଲେ।

ପୂର୍ବରୁ ମଧ୍ୟ ଏହି ସ୍ୱାସ୍ଥ୍ୟକେନ୍ଦ୍ର ରେ ଜଣେ ଶିଶୁ କୁ ଭୁଲ ଇଞଜେକସନ ଦିଆଯାଇଥିଲା କିନ୍ତୁ ବିଭାଗୀୟ ତଦନ୍ତ ନାଁ ରେ ଘଟଣା କୁ ଚାପି ଦିଆଯାଇଥିଲା।

Exit mobile version