Skip to content

Odisha Today News

Your Voice, Our Headlines

Menu
  • Home
  • ଓଡିଶା
  • ଭାରତ
  • ଟେକ୍ନୋଲୋଜି
  • ଶିକ୍ଷା
  • ଖେଳ
  • ସ୍ଵାସ୍ଥ
Menu

ଝାରସୁଗୁଡା:ନିର୍ମାଣ ହେଉଛି ଶିଳ୍ପ କିନ୍ତୁ ଅବହେଳିତ ହେଉଛି ସ୍ୱାସ୍ଥ୍ୟ

Posted on April 10, 2025April 10, 2025 by R Bharat
Share Now

ଝାରସୁଗୁଡା: ଓଡିଶା – ଅନୁଗୁଳ ପରେ ରାଜ୍ୟର ଦ୍ୱିତୀୟ ବୃହତ ଔଦ୍ୟୋଗିକ ଜିଲ୍ଲା ଭାବରେ ପରିଚିତ ଝାରସୁଗୁଡାର ଜୀବନ ଆଜି ଦିନକୁଦିନ ପ୍ରଦୂଷଣ ରେ ଅନ୍ଧାର ହୋଇଯାଉଛି। ଦିଗଦିଗନ୍ତରେ ଛିଟିଯାଉଥିବା ଔଦ୍ୟୋଗିକ ରାଖ ଓ ଧୂଳି ପରିବେଶକୁ ବିକୃତ କରିଦେଉଛି। ଏହା ସତ୍ତ୍ୱେ ନୂଆ ଏକ କମ୍ପାନୀ – NLC (ନେଇଭେଲି ଲିଗ୍ନାଇଟ କର୍ପୋରେସନ) ଝାରସୁଗୁଡାକୁ ପ୍ରବେଶ କରୁଛି।

ସ୍ଥାନୀୟ ଲୋକମାନେ ଅଭିଯୋଗ କରୁଛନ୍ତି ଯେ NLC ତାଙ୍କୁ ଠିକ୍ ଭାବେ ପୁନଃସ୍ଥାପନ କରିପାରୁନାହିଁ। ସ୍ଥାନୀୟ ଲୋକମାନେ ପ୍ରଶାସନ ନିକଟରେ ଅନେକ ଥର ଅଭିଯୋଗ ରଖିଛନ୍ତି, କିନ୍ତୁ ପ୍ରଶାସନ ତାକୁ ଅନଦେଖା କରୁଛି। ଯଥାଯଥ ଉତ୍ତର ମିଳୁନାହିଁ, ନ କୌଣସି କାର୍ଯ୍ୟାନୁଷ୍ଠାନ। ଘର ଛାଡି ଅନ୍ୟଠାରେ ରହିବାକୁ ବାଧ୍ୟ ହେଉଥିବା ଲୋକମାନେ ଏବେ ରୋଜ ଧୂଳି-ଧୁଆଁ ଖାଉଛନ୍ତି, କିନ୍ତୁ ବିକାଶ ହେଉଛି କୌଣସି ଅନ୍ୟ ଠାରେ।

ପ୍ରଦୂଷଣର ପ୍ରଭାବରେ ଲୋକମାନେ ବିଭିନ୍ନ ଅସୁବିଧାରେ ଭୁଗୁଛନ୍ତି – ଶ୍ୱାସକଷ୍ଟ, ଚର୍ମ ରୋଗ, ହୃଦୟ ଓ କ୍ୟାନ୍ସର ଭଳି ଘାତକ ରୋଗ ବଢ଼ିଯାଇଛି। ଏହି ସବୁ ହେଉଥିବା ସତ୍ତ୍ୱେ ଜିଲ୍ଲା ମୁଖ୍ୟାଳୟ ଓ ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ନାହିଁ କୌଣସି ଦୃଢ଼ ପଦକ୍ଷେପ। ଦୀର୍ଘ ସମୟ ହେବ କିନ୍ତୁ କ୍ୟାନ୍ସର ହସ୍ପିଟାଲ ଏଯାଁ ପର୍ଯ୍ୟନ୍ତ ସଂପୂର୍ଣ୍ଣ ହୋଇନାହିଁ। ହାର୍ଟ ହସ୍ପିଟାଲର ଲାଭ ଏପର୍ଯ୍ୟନ୍ତ ଲୋକମାନେ ଉଠାଇପାରୁନାହାନ୍ତି। ଏହାର ସୁବିଧା ସାଧାରଣ ଜନତା ପାଖକୁ ଠିକ୍ ଭାବେ ପହଞ୍ଚୁନାହିଁ। ମଙ୍ଗଳବଜାର ହସ୍ପିଟାଲର ବିକାଶ ଓ ଅନ୍ନତି କାର୍ଯ୍ୟ ମଧ୍ୟ ଏବେ ଥଣ୍ଡା ପଡ଼ିଯାଇଛି। ଲୋକମାନେ ଆଶା କରୁଥିଲେ ଯେ ସ୍ୱାସ୍ଥ୍ୟ ସେବା ଉନ୍ନତି ପାଇବ, କିନ୍ତୁ ଏହା ସମ୍ପୂର୍ଣ୍ଣ ରୂପେ ବିଫଳ ହେଉଛି

ସ୍ଥାନୀୟ ଲୋକଙ୍କର ଦାବି – ବିକାଶ ଆବଶ୍ୟକ, କିନ୍ତୁ ତାହା ଜୀବନ ଓ ପରିବେଶର ବିନାଶ ହୋଇନଥିବା ଅବସ୍ଥାରେ। ଝାରସୁଗୁଡା ପାଇଁ ସୁସ୍ଥ ଓ ନିରାପଦ ପରିବେଶ ନିମିତ୍ତେ ସରକାର ଓ କମ୍ପାନୀମାନେ ଯଥୋପଯୁକ୍ତ ବ୍ୟବସ୍ଥା ନିଅନ୍ତୁ – ଏହି ହେଉଛି ସାଧାରଣ ଜନତାର ନିବେଦନ।

ପୁରୁଣା ସରକାର ସମୟରେ ଝାରସୁଗୁଡାରେ ବିଭିନ୍ନ କାର୍ଯ୍ୟ ବହୁତ ତ୍ୱରାନ୍ୱିତ ଭାବେ ହେଉଥିଲା। ଲୋକମାନେ ମଧ୍ୟ ବିକାଶ ଦେଖି ଆଶାବାଦୀ ଥିଲେ। କିନ୍ତୁ ବର୍ତ୍ତମାନ ସମୟରେ ସବୁ କାର୍ଯ୍ୟ ମନ୍ଥର ଗତିରେ ଚାଲୁଛି। ହସ୍ପିଟାଲରେ ମୃତ୍ୟୁ ଓ ଗଭୀର ରୋଗ ପାଇଁ ଆବଶ୍ୟକ ଯନ୍ତ୍ର-ପାତି ନାହିଁ, ଚିକିତ୍ସା ବ୍ୟବସ୍ଥା ଦୁର୍ବଳ। ବର୍ତ୍ତମାନର ସରକାର ଝାରସୁଗୁଡାକୁ ଅବହେଳା କରୁଛି ବୋଲି ସ୍ଥାନୀୟ ଲୋକମାନେ ଅଭିଯୋଗ କରୁଛନ୍ତି। ଏହି ଅବସ୍ଥା ଦେଖି ଲୋକମାନେ ନିରାଶ ଓ ପ୍ରସ୍ନଚିହ୍ନ ତୁଳୁଛନ୍ତି – “ଝାରସୁଗୁଡା ବିକାଶର ଅଂଶ କାହିଁଁକି ହେଉନାହିଁ?”

2 thoughts on “ଝାରସୁଗୁଡା:ନିର୍ମାଣ ହେଉଛି ଶିଳ୍ପ କିନ୍ତୁ ଅବହେଳିତ ହେଉଛି ସ୍ୱାସ୍ଥ୍ୟ”

  1. Finance says:
    April 21, 2025 at 10:45 am

    NLC କାହିଁକି ସ୍ଥାନୀୟ ଲୋକଙ୍କ ପ୍ରତି ଯଥାଯଥ ଦୟା ଦେଖାଉନାହିଁ? ପ୍ରଶାସନ କାହିଁକି ଏହି ସମସ୍ୟା ଉପରେ ଧ୍ୟାନ ଦେଉନାହିଁ?

    Reply
  2. Cybersecurity says:
    April 24, 2025 at 6:26 am

    ସ୍ଥାନୀୟ ଲୋକମାନଙ୍କର ଅଭିଯୋଗ ଓ ଅସନ୍ତୋଷ ଏକ ଗମ୍ଭୀର ସମସ୍ୟାର ସୂଚନା ଦେଉଛି। NLC ଏବଂ ପ୍ରଶାସନ ପ୍ରତି ଲୋକମାନଙ୍କର ବିଶ୍ୱାସ ହ୍ରାସ ପାଇଛି କାରଣ ସମସ୍ୟାର ସମାଧାନ ନିମିତ୍ତ କୌଣସି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଉନାହିଁ। ସ୍ୱାସ୍ଥ୍ୟ ସେବା ଏବଂ ପରିବେଶ ସୁରକ୍ଷା ବିଷୟରେ କୌଣସି ସ୍ପଷ୍ଟ ଯୋଜନା ଦେଖାଯାଉନାହିଁ, ଯାହା ଲୋକମାନଙ୍କୁ ଆଶାହୀନ କରୁଛି। ଝାରସୁଗୁଡାର ବିକାଶ କାହିଁଁକି ଏତେ ମନ୍ଥର ହେଉଛି ଏବଂ ଏଥିରେ କ’ଣ ପ୍ରତିବନ୍ଧକ ଅଛି?

    Reply

Leave a Reply Cancel reply

Your email address will not be published. Required fields are marked *

Recent Posts

  • ଦୁର୍ନୀତିର ତଦନ୍ତ କରୁଥିବା ସମୟରେ ବଲାଙ୍ଗିରରେ ସାମ୍ବାଦିକଙ୍କୁ ନିର୍ମମ ଆକ୍ରମଣ: ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ
  • ସାବିତ୍ରୀ ଅମାବାସ୍ୟା ଏହା କାହିଁକି ପାଳନ କରାଯାଏ?
  • ଅବହେଳିତ ସ୍ବାସ୍ଥ୍ୟ ସେବା ନେଇ ସରକାର୍ କୁ ଟାର୍ଗେଟ କଲେ ପୂର୍ବତନ ବିଧାୟିକା ସୁଶ୍ରୀ ଦିପାଲି ଦାସ
  • ଝାରସୁଗୁଡାରେ ଡାକ୍ତରଙ୍କ ଦାୟିତ୍ବହୀନତା ଯୋଗୁଁ ଚାଲିଗଲା ରୋଗୀଙ୍କ ଜୀବନ!
  • ଝାରସୁଗୁଡା:ନିର୍ମାଣ ହେଉଛି ଶିଳ୍ପ କିନ୍ତୁ ଅବହେଳିତ ହେଉଛି ସ୍ୱାସ୍ଥ୍ୟ

Recent Comments

  1. Media on ବରିହାପାଲିରେ ଲୋମହର୍ଷଣକାରୀ ହତ୍ୟା: ପୂର୍ବ ଶତ୍ରୁତାରୁ ଗାଡ଼ି ଧକ୍କା, ଶବକୁ ଜଳାଇ ନଷ୍ଟ କରିବା ଚେଷ୍ଟା
  2. Negi bhai on ଅବହେଳିତ ସ୍ବାସ୍ଥ୍ୟ ସେବା ନେଇ ସରକାର୍ କୁ ଟାର୍ଗେଟ କଲେ ପୂର୍ବତନ ବିଧାୟିକା ସୁଶ୍ରୀ ଦିପାଲି ଦାସ
  3. Business on ବରିହାପାଲିରେ ଲୋମହର୍ଷଣକାରୀ ହତ୍ୟା: ପୂର୍ବ ଶତ୍ରୁତାରୁ ଗାଡ଼ି ଧକ୍କା, ଶବକୁ ଜଳାଇ ନଷ୍ଟ କରିବା ଚେଷ୍ଟା
  4. Cybersecurity on Dragon-Elephant Tango: Xi Jinping Calls for Stronger China-India Ties on 75th Anniversary
  5. Колониальная+администрация on Dragon-Elephant Tango: Xi Jinping Calls for Stronger China-India Ties on 75th Anniversary

Archives

  • May 2025
  • April 2025
  • March 2025

Categories

  • Education
  • Odisha
  • Politics
  • Recruitment
  • Sports
  • Uncategorized
  • World
  • ଓଡିଶା
  • ଜିଲ୍ଲା
  • ଝାରସୁଗୁଡା
©2025 Odisha Today News | Design: Newspaperly WordPress Theme
Go to mobile version