Site icon Odisha Today News

ଅବହେଳିତ ସ୍ବାସ୍ଥ୍ୟ ସେବା ନେଇ ସରକାର୍ କୁ ଟାର୍ଗେଟ କଲେ ପୂର୍ବତନ ବିଧାୟିକା ସୁଶ୍ରୀ ଦିପାଲି ଦାସ

Share Now

ଝାରସୁଗୁଡ଼ା: କିର୍ମିରା ବ୍ଲକ ବାଗଡିହିସ୍ଥିତ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ଅବହେଳାରୁ କହ୍ନେଇ ମହାନନ୍ଦିଆ ଙ୍କ ମୃତ୍ୟୁ ହେବା ନେଇ ଗଭୀର କ୍ଷୋଭ ପ୍ରକାଶ କଲେ ଓ ମୃତକଙ୍କ ଆତ୍ମା ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କୁ ଭେଟି ସମବେଦନା ଜଣାଇଲେ ପୂର୍ବତନ ବିଧାୟିକା ସୁଶ୍ରୀ ଦିପାଲି ଦାସ ।

ମୃତକଙ୍କ ପରିବାବର୍ଗଙ୍କୁ ଭେଟି ଜାଣିବାକୁ ପାଇଲେ ଯେ ଡାକ୍ତରଙ୍କ ଅବହେଳା ଯୋଗୁଁ ମୃତ୍ୟୁ ହେଲା ପରେ ପ୍ରଶାସନ ମୃତକଙ୍କ ବୟସ ୫୦ ବର୍ଷ ବୟସ ନ ଲେଖି ୭୦ ବର୍ଷ କରିବା ପାଇଁ ଚାପ ପକାଉଛନ୍ତି,

ଏଥିରେ କ୍ଷୁବ୍ଧ ହୋଇ ସରକାର ଙ୍କୁ ଟାର୍ଗେଟ କରି ପ୍ରଶ୍ନ କଲେ ଦୀପାଲି

୧- ମୃତକଙ୍କ ବୟସ ୫୦ ବର୍ଷ ଥିବାବେଳେ କାହିଁକି ପ୍ରଶାସନ ତତଫରୁ ୭୦ବର୍ଷ କରିବା ପାଇଁ ଚାପ ପକା ଯାଉଛି?
୨- କିର୍ମୀରା ବ୍ଲକ ରେ ଭଲ ଡାକ୍ତର କାହିଁକି ନାହାନ୍ତି?
୩- ମନ୍ତ୍ରୀ ଆସିଲେ ପୋଲିସ୍ ସାର୍ ସାର୍ କହି ତାଙ୍କ ଗାଡ଼ି ପଛେ ବୁଲୁଛନ୍ତି କିନ୍ତୁ ଗରିବ ର ଜୀବନ ଗଲେ ଚାପିଦେବାକୁ ଚେଷ୍ଟା କରୁଛନ୍ତି।
୪- ନୁଆ ସରକାର ଆସିବା ବର୍ଷେ ହେଲେ ମଧ୍ୟ ଝାରସୁଗୁଡା ସ୍ବାସ୍ଥ୍ୟକ୍ଷେତ୍ର ରେ ଉନ୍ନତି ହଉନି କଣ ପାଇଁ?
୫- ଦୋଷୀ ଡାକ୍ତର ଓ ନର୍ସ ଙ୍କୁ କେବେ ବହିସ୍କାର କରାଯିବ?

ସୂଚନା ଅନୁସାରେ ଗତ ୧୪ ତାରିଖ ବଗଡିହି ଷ୍ଟେସନ ପଡ଼ା ନିବାସୀ କହ୍ନେଇ ମହାନନ୍ଦିଆ (୫୦) କୌଣସି କାରଣରୁ କ୍ଷତାକ୍ତ ହୋଇ ସ୍ୱାସ୍ଥ୍ୟକେନ୍ଦ୍ର କୁ ଆସିଥିଲେ। ଡାକ୍ତର ତାଙ୍କୁ କିଛି ଔଷଧ ଓ ଡ୍ରେସିଂ ପାଇଁ ପରାମର୍ଶ ଦେଇଥିଲେ। ଦୁଇ ଦିନ ରେ ଘା ନା ଶିଖିଥିବା ଯୋଗୁ କହ୍ନେଇ ପୁଣି ସ୍ୱାସ୍ଥ୍ୟକେନ୍ଦ୍ର କୁ ଆସି ଡାକ୍ତରଙ୍କୁ ଦେଖା କହିଥିଲେ। ଡାକ୍ତର ଘା ଶୁଖି ନ ଥିବା ଦେଖି ଆଣ୍ଟିବାୟୋଟିକ୍ ନେବାକୁ ପ୍ରେସ୍କିସନ୍ ରେ ଲେଖି ଦେଲେ। ପ୍ରେସ୍କ୍ୱିସନ୍ ଦେଖି ନର୍ସ ଆଣ୍ଟିବାୟୋଟିକ୍ ଇଞ୍ଜେକସନ ନେବା କ୍ଷଣି କହ୍ନେଇ ଙ୍କ ଜୀବନ ଚାଲି ଯାଇଥିଲା। ଏହି ଘଟଣା ଜାଣି ସ୍ଥାନୀୟ ଲୋକ ହସ୍ପିଟାଲ୍ ଘେରାଉ କରିଥଲେ ପରେ ଲାଇକେରା ପୋଲିସ ବୁଝାସୁଝା କରିବା ପରେ ଆନ୍ଦୋଳନ ରୁ ଓହରିଥିଲେ।
ସୂଚନା ଥାଉ କି ଉକ୍ତ ଆଣ୍ଟିବାୟୋଟିକ୍ ଦେବା କୁ ହେଲେ ପ୍ରଥମେ ରୋଗୀ ସ୍କିନ୍ ରେ ଟେଷ୍ଟ କରାଯାଇଥାଏ

ପୂର୍ବରୁ ମଧ୍ୟ ଏହି ସ୍ୱାସ୍ଥ୍ୟକେନ୍ଦ୍ର ରେ ଜଣେ ଶିଶୁ କୁ ଭୁଲ ଇଞଜେକସନ ଦିଆଯାଇଥିଲା କିନ୍ତୁ ବିଭାଗୀୟ ତଦନ୍ତ ନାଁ ରେ ଘଟଣା କୁ ଚାପି ଦିଆଯାଇଥିଲା।

Exit mobile version